Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭ୍ୟାନ୍‌ ଉପରେ ଓଲଟି ପଡ଼ିଲା ୧୪ ଚକିଆ ଟ୍ରକ୍‌, ଗୋଟିଏ ପରିବାରର ୫ ମୃତ, ୩ ଗୁରୁତର

16/07/2021 at 5:17 PM

ଲକ୍ଷ୍ନୌ ୧୬/୭: ଏମିତି ବି ଆସେ ମୃତ୍ୟୁ। ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ଲକ୍ଷ୍ନୌର ଇଟୌଞ୍ଜି-କୁର୍ସି ରୋଡ୍‌ ସ୍ଥିତ ଟିକରୀ ଗାଁ ପାଖରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍‌ ଉପରେ ଟ୍ରକ୍‌ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି।

ଭ୍ୟାନ୍‌ରେ ପରିବାର ଲୋକେ ମିଶି ଉନାଓରୁ ବାରବାଙ୍କୀ ସ୍ଥିତ ଲୋଧେଶ୍ବର ମହାଦେବ ମନ୍ଦିର ଯାଉଥିଲେ। ମନ୍ଦିର ପହଞ୍ଚିବା ପୂର୍ବରୁ ଚାଲିଯାଇଛି ପ୍ରାଣ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ କ୍ରେନ୍‌ ସାହାଯ୍ୟରେ ଭ୍ୟାନ୍‌ରେ ଫସି ରହିଥିବା ଶବ ଉଦ୍ଧାର କରିଥିବା ଜଣାପଡ଼ିଛି। ଉନାଓର ନନ୍ଦୌଲି ଗାଁର ବାସିନ୍ଦା ଇନ୍ଦ୍ର ବାହାଦୁର ସିଂହ (୬୦)ଙ୍କ ଝିଅ ବବିତାଙ୍କ ବିବାହ କାନପୁର ଅନ୍ତର୍ଗତ ରସୁଲାବାଦରେ ହୋଇଛି । ବିବିତା ନିଜ ୩ ବର୍ଷର ପୁଅ ଅର୍ନବ ସିଂହ ପାଇଁ ମାନସିକ ରଖିଥିଲେ।

ସେଥିପାଇଁ ଶୁକ୍ରବାର ସକାଳେ ବବିତା, ବାପା ଏବଂ ଭାଇମାନଙ୍କ ସହ ବାରବାଙ୍କୀ ଯାଉଥିଲେ। ଭ୍ୟାନଟିକୁ ଇନ୍ଦ୍ର ବାହାଦୁରଙ୍କ ପୁଅ ଅନୁଜ ଚଳାଉଥିଲେ। କିନ୍ତୁ ଟିକରୀ ଗାଁ ପାଖରେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ଆମ୍ବ ବୋଝେଇ ୧୪ ଚକିଆ ଟ୍ରକ୍‌ ନିୟନ୍ତ୍ରଣ ହରାଇ ଭ୍ୟାନ୍‌ ଉପରେ ଓଲଟି ପଡ଼ିଥିଲା। ଏଥିରେ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବବିତା, ପିତା ଇନ୍ଦ୍ର ବାହାଦୁର ଏବଂ ଅନୁଜ ଗୁରୁତର ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।  

   Related Posts