ମୋପେଡ଼ରୁ ପଡି ମହିଳା ଗୁରୁତର, ମେଡିକାଲରେ ଭର୍ତ୍ତି
26/11/2020 at 2:49 PM

ସାନଖେମୁଣ୍ଡି ୨୬।୧୧: ରାସ୍ତାରେ ଯାଉଥିବା ବେଳେ ମୋପେଡ଼ରୁ ଖସିପଡି ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କ ନାମ ବବିତା ସେଠୀ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବବିସେଠୀ ନିଜର ସଂପର୍କୀୟଙ୍କ ସହ ବରିକୋଟ ଗାଁକୁ ଯାଇଥିଲେ । ସେଠାରେ ସେ ଫେରୁଥିବା ବେଳେ ଦିଗପହଣ୍ଡି ସାହାସପୁର ରାସ୍ତାରେ ଥିବା ହମ୍ପରେ ଗାଡି ଅତିକ୍ରମ କରୁଥିବା ବେଳେ ବବିତା ଖସି ପଡିଥିଲେ । ଗାଡିରୁ ତଳେ ପଡିଯିବା ଦ୍ୱାରେ ସେ ଗୁରୁତର ଭାବେ ଆହତ ହୋଇଯାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶନ ବାହିନୀ କର୍ମଚାରୀ ପହଞ୍ଚି ବବିତାଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ବବିତାଙ୍କୁ ଉଦ୍ଧାର ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା , ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।