ଚା ଦୋକାନ ଭିତରକୁ ପଶିଗଲା ଟ୍ରକ, ଆଉ ତାପରେ…

Published By : Prameya-News7 Bureau | October 11, 2020 IST

ପାଟଣା ୧୧।୧୦: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଚେମେଣା ନିକଟରେ ଅଭାବନୀୟ ଘଟଣା । ରାସ୍ତାକଡ଼ରେ ଥିବା ଚା ଦୋକାନା ଭିତରକୁ ପଶିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଗଲେ ଦୋକାନୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":342165,"sizeSlug":"large"}

ଖବର ଅନୁଯାୟୀ, ତୁରୁମୁଙ୍ଗା ଥାନା ଚେମେଣା ରାଜପଥ କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ପିଟିଲା ଆଉ ଏକ । ଯାହାଫଳରେ କି ଟ୍ରକଟି ରାଜପଥ କଡ଼ରେ ଥିବା ଏକ ଚା ଦୋକାନ ଭିତରକୁ ପଶି ଯାଇଛି । ଭାଗ୍ୟବଶତଃ ଦୁର୍ଘଟଣାରେ  କୌଣସି ବ୍ୟକ୍ତିଙ୍କର କିଛି ହୋଇନାହିଁ । ଦୁର୍ଘଟଣାରେ ଚା ଦୋକାନୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ କୁହୁଡ଼ି ଯୋଗୁ ଏପରି ଦୁର୍ଘଟଣା ଘଟିଛି ବୋଲି ସୂଚନା ରହିଛି ।  ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.