ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ

Published By : Prameya-News7 Bureau | October 26, 2020 IST

ଖୋର୍ଦ୍ଧା ୨୬।୧୦: ହାଇଓ୍ୱା ଧକ୍କାରେ ଜଣେ ମୃତ । ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଛକ ନିକଟରେ ଘଟିଛି ଦୁର୍ଘଟଣା । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":350804,"sizeSlug":"large"}

ଖବର ଅନୁଯାୟୀ, ଜଙ୍କିଆରୁ ଖୋର୍ଦ୍ଧା ଅଭିମୁଖେ ଏକ ବାଇକ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇଓ୍ୱା ଟ୍ରକଟି ୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଛକରେ ଧକ୍କା ଦେଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଜଙ୍କିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.