Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଘର ଭିତରେ ପଶିଗଲା ହାଇୱା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ପରିବାରର ୭ ଜଣ

31/10/2020 at 8:37 AM

କରଞ୍ଜିଆ ୩୧।୧୦: ‘ରଖେ ହରି ତ ମାରେ କିଏ’ । ମୟୂରଭଞ୍ଜ ଜିଲ୍ଲା ଯଶୀପୁରରେ ଜାତୀୟ ରାଜପଥ କଡ଼ରେ ଥିବା ଘର ଭିତରେ ପଶିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ। ଏହି ଦୁର୍ଘଟଣା ଘଟିଛି ଯଶୀପୁର ଥାନା ୨୨୦ ନମ୍ବର ଜାତୀୟ ରାଜପଥ ମାହାର୍ଦ୍ଦାପଳସା ଛକ ନିକଟରେ ।

ଖବର ଅନୁଯାୟୀ,  ଯଶୀପୁର ଥାନା ୨୨୦ ନମ୍ବର ଜାତୀୟ ରାଜପଥ ମାହାର୍ଦ୍ଦାପଳସା ଛକ ନିକଟରେ  ଥିବା ଗଦାଧର ମହାନ୍ତିଙ୍କ ଘରେ ଘର ଭିତରକୁ ପଶିଗଲା ୧୨ ଚକିଆ  ହାଏୱା ଟ୍ରକ।  ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ ସଦସ୍ୟ।  ଗତକାଲି ବିଳମ୍ବିତ ରାତିରେ ଟ୍ରକଟି  ଟାଟାରୁ କେନ୍ଦୁଝର ଜିଲ୍ଲା ଶୁଆକାଟିକୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘଟଣା ସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ଗାଡି ଜବତ କରିଛି।

   Related Posts