ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ୟାଙ୍କରକୁ ଧକ୍କା ଦେଲା କାର୍, ଚାଲିଗଲା ୬ଜଣଙ୍କ ଜୀବନ

Published By : Prameya-News7 Bureau | February 23, 2021 IST

ଇନ୍ଦୋର ୨୩।୦୨: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟିକିଏ ଅସାବଧନତା ଲାଗି ଘଟିଗଲା ଏତେ ବଡ଼ ଦୁର୍ଘଟଣା । ଆଖିପିଛୁଲାକେ ଚାଲିଗଲା ୬ଜୀବନ । ମୃତକଙ୍କ ବୟସ ୧୮ରୁ ୨୮ ମଧ୍ୟରେ ହୋଇଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଛିଡା ହୋଇଥିବା ଏକ ଗ୍ୟାସ୍‌ ଟ୍ୟାଙ୍କର । ସେପଟେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ନିଜ ନିୟନ୍ତ୍ରଣ ହରାଇ ଗ୍ୟାସ୍‌ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଟ୍ୟାଙ୍କର ସହିତ ଧକ୍କା ଫଳରେ କାର୍‌ଟି ଖିନ୍‌ଭିନ୍‌ ହୋଇଯାଇଛି । ଦୁର୍ଘଟଣା ଏତେ ଭୟଙ୍କର  ଥିଲା ଯେ, ଘଟଣାସ୍ଥଳରେ ହିଁ ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ମଧ୍ୟପ୍ରଦେଶର ଲସୁଡ଼ିଆ ଥାନା ତଳାବାଳୀ ଚାନ୍ଦା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।  

ସେପଟେ ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସମସ୍ତ ମୃତକଙ୍କ ପରିଚୟ ହସ୍ତଗତ ହୋଇଛି । ମୃତକମାନେ ଇନ୍ଦୋର ମଙ୍ଗୋଲିଆ ଅଞ୍ଚଳର ରିଷି ପାଓ୍ୱାର, ସୁରଜ, ଚନ୍ଦ୍ରଭାନ ରଘୁବଂଶୀ, ସୋନୁ ଜାଟ୍, ସୁମିତ ସିଂହ ଓ ଦେବ ବୋଲି ଜଣାପଡିଛି । ସମସ୍ତଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.