ସ୍କର୍ପିଓ ଧକ୍କାରେ ପୋଲରୁ ନଦୀକୁ ଛିଟିକି ପଡିଲେ ଯୁବକ, ୨ଗୁରୁତର

Published By : Prameya-News7 Bureau | October 20, 2020 IST

ଢେଙ୍କାନାଳ ୨୦।୧୦: ସରାଙ୍ଗ ବ୍ରାହ୍ମଣୀ ପୋଲ ଉପରେ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଦୁଇଜଣ ସ୍ଥାନୀୟ ସରାଙ୍ଗ ଗ୍ରାମର ଦିପୁ ନାୟକ ଓ ସୂର୍ଯ୍ୟ ନାୟକ । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବାଇକରେ ଥିବା ଦୁଇ ଯୁବକ ଯାଉଥିଲେ । କିନ୍ତୁ  ସ୍କର୍ପିଓ ଧକ୍କାରେ ପୋଲ ଉପରୁ ନଦୀକୁ ଛିଟିକି ପଡିଲେ ବାଇକରେ ବସିଥିବା ଜଣେ ଯୁବକ । ଦୁର୍ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ପୋଲରୁ ନଦୀକୁ ଖସି ପଡିଥିବା ଯୁବକକୁ ଉଦ୍ଧାର କଲା ଦମକଳ ବାହିନୀ । ସେହିପରି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଥିବା ଯୁବକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଉଭୟ ଗୁରୁତର ଯୁବକଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.