Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲବାହୀ ଅଟୋ ହୁକ୍‌ରେ ଲାଗି ଓଲଟି ପଡିଲା ଯାତ୍ରୀବାହୀ ଅଟୋ, ଏକାଧିକ ଆହତ

27/10/2020 at 1:05 PM

ଭଦ୍ରକ ୨୭।୧୦: ଓଲଟିଲା ଯାତ୍ରାବାହୀ ଅଟୋ । ମାଲବାହୀ ଅଟୋର ହୁକ୍‌ରେ ଲାଗି ଓଲଟିପଡିଛି ଗାଡ଼ି । ଭଦ୍ରକ ଜିଲ୍ଲା ଧାମନଗର ଥାନା ସମ୍ମୁଖରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଧାମନଗର ଥାନା ସମ୍ମୁଖରେ ମାସ୍କ ଚେକିଂ କରାଯାଉଥିଲା । ଏହି ସମୟରେ ଏକ ଗ୍ୟାସ୍‌ ବୋଝେଇ ଅଟୋକୁ ପାସ୍‌ କରିବା ବେଳେ ଯାତ୍ରୀବାହୀ ଅଟୋର  ହୁକ୍‌ରେ ଲାଗିଯାଇଥିଲା । ଯାହାଫଳରେ କି ଯାତ୍ରାବାହୀ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଦୁର୍ଘଟଣାର ଶୀକାର ହୋଇଯାଇଥିଲା । ଅଟୋର ରାସ୍ତା ଉପରେ ଓଲଟିଯିବାରୁ, ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରୁ ସ୍ଥାନୀୟଲୋକେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

   Related Posts