ସାଇକେଲରେ ନିଜ କର୍ମକ୍ଷେତ୍ରକୁ ଯାଉଥିଲେ, ପଛ ପଟୁ ଆସି ଧକ୍କା ଦେଲା ଟ୍ରକ ; ଚାଲିଗଲା ଦିଗାମ୍ବରଙ୍କ ଜୀବନ
14/12/2020 at 8:39 AM

ସୋର ୧୪।୧୨: ବାଲେଶ୍ୱର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ନିକଟରେ ସଡକ ଦୁର୍ଘଟଣା । ସାଇକେଲରେ ଯାଉଥିବା ଯୁବକଙ୍କ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ସିମୁଳିଆ ଥାନା ବାଉରିପଦା ଅଞ୍ଚଳର ଦିଗାମ୍ବର ରାଉତ ବୋଲି ଜଣାପଡ଼ିଛି ।
ଖବର ଅନୁଯାୟୀ, ଦିଗାମ୍ବର ରାଉତ ମାର୍କୋଣା ସମ୍ବିତଜ୍ୟୋତି ପେଟ୍ରୋଲ ପମ୍ପରେ ଚାକିରି କରିଥାନ୍ତି । ପ୍ରତିଦିନ ପରି ସେଦିନ ମଧ୍ୟ ସାଇକେଲ ଯୋଗେ ନିଜ କର୍ମକ୍ଷେତ୍ରକୁ ଯାଉଥିଲେ । କିନ୍ତୁ କିଏ ଜଣିଥିଲା ଏହା ତାଙ୍କ ଜୀବନର ଶେଷ ଦିନ ହେବ ବୋଲି । ତେବେ ଗତକାଲି ସଂଧ୍ୟା ସମୟରେ ଡ୍ୟୁଟି ପାଇଁ ସାଇକେଲରେ ନିଜ ଘରୁ ପେଟ୍ରୋଲ ପମ୍ପ୍ କୁ ଯାଉଥିଲେ । ଠିକ୍ ଏହି ସମୟରେ ଜାତୀୟ ରାଜପଥ ଦେଇ ଆସୁଥିବା ଏକ ଦୃତଗାମୀ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଏବଂ ତାଙ୍କ ଉପରେ ମାଡି ଯାଇଥିଲା । ଯାହାଫଳରେ ଦିଗାମ୍ବରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ସିମୁଳିଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ବ୍ୟବଛେଦ ପାଇଁ ସୋର ଡାକ୍ତର ଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।