ପୃତକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ; ୨ମୃତ, ୧୦ ଆହତ
22/12/2020 at 10:17 AM

ସାନଖେମୁଣ୍ଡି ୨୨।୧୨: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଘଟିଛି ଦୁଇଟି ଦୁର୍ଘଟଣା। ୨ଟି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ଦିଗପହଣ୍ଡି ରାସ୍ତାରେ ଘଟିଥିବା ୨ଟି ଦୁର୍ଘଟଣା ମଧ୍ୟରୁ ଗୋଟିଏ ଦିଗପହଣ୍ଡି ଥାନା ସମ୍ମୁଖରେ ଘଟିଥିବା ବେଳେ ଅନ୍ୟଟି ଥାନା ଠାରୁ କିଛି ଦୂରରୁ ଘଟିଛି। ଦୁଇଟି ଯାକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତୁ ହୋଇଥିବା ବେଳେ ଦଶ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021
ଉଦଳା: ବାଇକ୍ ଡିକି ଭାଙ୍ଗି୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
19 January 2021