ଟ୍ରକ ସହ ବାଇକ ଧକ୍କା : ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | June 03, 2021 IST

ସାନଖେମୁଣ୍ଡି ୦୩।୦୬: ଟ୍ରକ ସହ ବାଇକ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ରାଳବ ଛକ ନିକଟରେ ଏକ ଟ୍ରକ ସହ ବାଇକର ଧକ୍କା ହୋଇଛି । ଯାହାଫଳରେ କି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ପୁରୁଷୋତ୍ତମପୁର ଥାନା ଜାମୁନି ଗାଁ କୁନା ମୁନି ବୋଲି ଜଣାପଡିଛି । ସେହିପରି ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି । ୨ ଗୁରୁତର ବ୍ୟକ୍ତିଙ୍କ ନାମ ରଘୁନାଥ ମହାନ୍ତି ଓ ସନ୍ତୋଷ ପାଣିଗ୍ରାହୀ ବୋଲି ସୂଚନା ରହିଛି । ଉଭୟଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.