Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଖାଇ ସାରି ଶୋଇବାକୁ ଯାଉଥିଲେ, ଅଜଣା ଗାଡି ଧକ୍କାରେ ଚାଲିଗଲା ଦିବ୍ୟାଙ୍ଗଙ୍କ ଜୀବନ

29/12/2020 at 3:05 PM

ରାଇରଙ୍ଗପୁର ୨୯।୧୨: ଅଜଣା ଗାଡି ଧକ୍କାରେ ଦିବ୍ୟାଙ୍ଗଙ୍କ ମୃତ୍ୟୁ । ମୃତକ ପୁରୁଣାପାଣି ଗାଁର ଦୁର୍ଗା ଚରଣ ନାଏକ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ପୁରୁଣାପଣି ଗାଁ ନିକଟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଦୁର୍ଗାଚରଣ ରାତିରେ ଖାଇବା ପରେ ଗାଁର ଥିବା ଆଉ ଏକ ଘରକୁ ଯାଉଥିଲେ । କିନ୍ତୁ ରାସ୍ତାରେ ଯାଉଥିବା ସମୟରେ ଅଜଣା ଗାଡି ଧକ୍କା ଦେଇଥିଲା । ସେଠାରେ ସେ ଗୁରୁତର ଅବସ୍ଥାରେ ପଡିଯାଇଥିଲେ । ପରିବାର ଲୋକ ଦୁର୍ଘଟଣା ସଂପର୍କର ଜାଣିପାରି ଆମ୍ବୁଲାନ୍ସକୁ ଫୋନ୍‌ କରି ଡକାଇଥିଲେ । ଶେଷରେ ତାଙ୍କୁ ଆମ୍ବୂଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ମେଡିକାଲରେ  ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଘଟଣାସଂପର୍କରେ ଜାଣି ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ବାଇକ୍ ଚାଳକ ବିଭିନ୍ନ ସ୍ଥାନରେ ଖୋଜୁଥିବା ଜଣାପଡିଛି ।

   Related Posts