ଦୁର୍ଘଟଣା ପରେ ଉତ୍ତେଜନା, ରାଜପଥ ଅବରୋଧ କଲେ ଗାଁଲୋକ

Published By : Prameya-News7 Bureau | January 19, 2022 IST

ପାଟଣା ୧୯।୦୧:  ଦୁର୍ଘଟଣା ପରେ ଉତ୍ତେଜନା । କେନ୍ଦୁଝର ଜିଲ୍ଲା ପାଟଣା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ଘଟିଛି ଏଭଳି ପରିସ୍ଥିତି । ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଝା କରୁଛି ।

{"id":576309,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ଏକ  ବୋଲରୋ ଗାଡ଼ି ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି। ଦୁର୍ଘଟଣାରେ ସ୍କୁଟି ଆରୋହୀ ତୁରୁମୁଙ୍ଗାର ନାଗେଶ୍ୱର ସାହୁଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

{"id":576311,"sizeSlug":"full","linkDestination":"none"}

ତେବେ ୪୯ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବ୍ୟାରିକେଡ ଓ ହମ୍ପସ ନିର୍ମାଣ ସହ କ୍ଷତିପୂରଣ ଦାବି ଉତ୍ୟକ୍ତ ଲୋକେ ଦାବି କରିଛନ୍ତି । ଏହାସହ ୪୯ ନମ୍ବର ଜାତୀୟ ରାଜପଥକୁ ନିହ୍ନୁଆଁ ନିକଟରେ ଅବରୋଧ କରିଛନ୍ତି। ରାଜପଥ ଅବରୋଧ ଯୋଗୁଁ ଯାତ୍ରୀବାହୀ ବସ ସମେତ ମାଲବାହୀ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.