ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିପଡିଲା ୧୪ଚକିଆ ଟ୍ରକ, ୨ ଗୁରୁତର

Published By : Prameya-News7 Bureau | October 21, 2020 IST

ପାଟଣା ୨୧।୧୦: ପ୍ରତିଦିନ ଆମେ ରାସ୍ତାରେ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଯାଉଛି । କିନ୍ତୁ ବାଇକ ଆରୋହୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଓଲଟି ପଡିଲା ୧୪ଚକିଆ ଟ୍ରକ । ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ନିକଟରେ ।

ଖବର ଅନୁଯାୟୀ, ଦୁଇ ବାଇକ ଆରୋହୀ ୪୯ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ନିକଟରେ ଏକ ବଡ଼ ଧରଣର ଦୁର୍ଘାଟଣାରୁ ବର୍ତ୍ତିଯାଇଛନ୍ତି । ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିପଡିଛି ୧୪ଚକିଆ ଟ୍ରକ । ଯାହାଫଳରେ କି ୨ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଟ୍ରକ ଡ୍ରାଇଭର ମଧ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.