ବଣ୍ଡା ଘାଟିରେ ଓଲଟିଲା କମାଣ୍ଡର : ୪ ଗୁରୁତର ମଧ୍ୟରେ ଜଣେ ପ୍ରସୂତି, କଟିଯାଇଛି ମହିଳାଙ୍କ ଗୋଡ଼
19/12/2020 at 2:34 PM

ମାଲକାନଗିରି ୧୯।୧୨ : ଘାଟିରେ ଓଲଟିଲା କମାଣ୍ଡର । ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟମାରେ ୪ଜଣ ଗୁରୁତର ଥିବା ଜଣାପଡିଛି ।ସମସ୍ତଙ୍କୁ ଉଦ୍ଧା କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କମାଣ୍ଡରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ କି ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି । ତେବେ ଗୁରୁତରଙ୍କ ମଧ୍ୟରୁ ଜଣେ ପ୍ରସୂତି ଥିବା ଜଣାପଡିଛି । ଦୁର୍ଘଟଣାରେ ପ୍ରସୂତିଙ୍କ ଗୋଡ଼ କଟିଯାଇଥିବାର ସୂଚନା ରହିଛି । ପ୍ରସୂତିଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ସେହିପରି ଦୁର୍ଘଟଣାରେ ଅନ୍ୟ ଗୁରୁତରଙ୍କୁ ଖଇରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।