Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଗାଡି ଧକ୍କା ପରେ ଚାଳକଙ୍କ ମୁଣ୍ଡ ଉପରେ ଚଢିଗଲା, ଘଟଣାସ୍ଥଳରେ ଚାଲିଗଲା ଜୀବନ

7/10/2021 at 3:02 PM

ଖଲ୍ଲିକୋଟ ୦୭।୧୦: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନଂ ଜାତୀୟ ରାଜପଥର ମା ନାରାୟଣୀ ଛକ ନିକଟରେ ଘଟିଛି ଦୁର୍ଘଟଣା । କଣ୍ଟେନର ଧକ୍କାରେ ବାଇକ୍‌ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଭେଜିପୁଟ ଗାଁର ନାରାୟଣ ସାହୁ ବୋଲି ଜଣାପଡିଛି । ମୃତକଙ୍କ ପରିବାରକୁ ସହାୟତା ଦେବାକୁ ସାଧାରଣରେ ଦାବି ହୋଇଛି ।

ସୂଚନା ଅନୁଯାୟୀ, ଭେଜିପୁଟ ଗ୍ରାମର ନାରାୟଣ ସାହୁ ଦିନ ମଜୁରିଆ ଭାବେ କାମ କରନ୍ତି | ସେ ନିଜ ହିରୋ ବାଇକ ଯୋଗେ ଚିଲିକା ନାଭାଲ ଠାରୁ ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ । ଠିକ୍‌ ଏହି ସମୟରେ ଭୁବନେଶ୍ବରରୁ ଆନ୍ଧ୍ର ଅଭିମୁଖେ ଆସୁଥିବା ଏକ କଣ୍ଟେନର ଟ୍ରକ ନାରାୟଣୀ ଛକରେ ବାଇକଟିକୁ  ଧକ୍କା ଦେଇଥିଲା | ଯାହାଫଳରେ ନାରାୟଣ ବାଇକରୁ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡ ଉପରେ ଟ୍ରକଟିର ପଛ ଚକା ମାଡ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ନାରାୟଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ସେପଟେ ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ନାରାୟଣଙ୍କ ମରଶରୀର ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲକୁ ପଠାଯାଇଛି  । ଦୃର୍ଘଟଣା ଘଟାଇଥିବା କଣ୍ଟେନରଟି ଖସିଯାଇ ଲଙ୍ଗଳେଶ୍ବର ନିକଟରେ ଥିବା ପେଟ୍ରୋଲ ପମ୍ପଠାରେ ଅଟକିଥିଲା ।  ଗାଡ଼ି ରଖି ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ଟ୍ରକଟିକୁ ଜବତ କରିଛି । ଏସଂପର୍କରେ ଖଲ୍ଲିକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ସେପଟେ ନାରାୟଣଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

   Related Posts