ଘରେ ପଶିଗଲା ଟ୍ରକ୍, ପରିବାରର ୩ ଜଣ ଗୁରୁତର ; କ୍ଷତିପୂରଣ ଦାବିରେ ରାସ୍ତାରୋକ

Published By : Prameya-News7 Bureau | December 13, 2020 IST

କେନ୍ଦୁଝର ୧୩।୧୨ : ଘର ଭିତରକୁ ପଶିଗଲା ଟ୍ରକ । ଘରେ ଶୋଇଥିବା ବେଳେ ପଶିଗଲା ଟ୍ରକ । କେନ୍ଦୁଝର ଜିଲ୍ଲା ଟାଉନ୍‌ ଥାନା ଷଠିଘର ସାହି ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି ।

{"id":376672,"sizeSlug":"large","linkDestination":"none"}

ଖବର ଅନୁଯାୟୀ, କେନ୍ଦୁଝର ଟାଉନ୍ ଥାନା ଷଠଘର ସାହିରେ ଥିବା ଏକ ଘର ଭିତରେ ପଶିଯାଇଛି ଟ୍ରକ । ଘର ଭିତରେ ସ୍ୱାମୀ, ସ୍ତ୍ରୀ ଓ ୭ବର୍ଷର ଶିଅ ଶୋଇଥିଲେ । ଘର ନିକଟ ଦେଇ ଯାଇଥିବା ରାସ୍ତାରେ ଏକ ଟ୍ରକ ଯାଉଥିବା ବେଳେ, ଭାରସାମ୍ୟ ହରାଇ ଘର ଭିତରକୁ ପଶିଯାଇଥିଲା । ଯାହାଫଳରେ କି ଘରେ ଥିବା ଲୋକମାନେ ଆହତ ଗୁରୁତର ଅବସ୍ଥାରେ ଆହତ ହୋଇଛନ୍ତି ।

{"id":376673,"sizeSlug":"large","linkDestination":"none"}

ଦୁର୍ଘଟଣା ପରେ ଟ୍ରକଟି ପଡିଯାଇଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଉତ୍ତେଜନା ଲାଗିରହିଛି । ସ୍ଥାନୀୟଲୋକଙ୍କ ପକ୍ଷରୁ ରାସ୍ତ ଅବରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.