ଘାଟିରେ ଦୁର୍ଘଟଣା : ହାଇଓ୍ୱାକୁ ସାମ୍ନା ପଟୁ ପିଟିଲା ବାଇକ୍, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
16/01/2021 at 8:10 AM

କଳାହାଣ୍ଡି ୧୬।୦୧ : ମର୍ମନ୍ତୁଦ ସଡକ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବଞ୍ଜାରୀ ଘାଟି ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ କିଜିଙ୍ଗ ଗାଁର ଜଗବନ୍ଧୁ ଶବର ଓ ଲକ୍ଷ୍ୟ ଶବର । ଉଭୟ ସଂପର୍କରେ ଶଳା-ଭିଣୋଇ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ବଞ୍ଜାରୀ ଘାଟି ଉଠାଣି ଉଠୁଥିବା ବେଳେ ଏକ ବାଇକ୍ ପିକ୍ଅପ୍କୁ ଅଭରଟେକ୍ କରିବା ସମୟରେ ସାମ୍ନାପଟୁ ଆସୁଥିବା ଏକା ହାଇଓ୍ୱା ଟ୍ରକ ସହ ଧକ୍କା ହୋଇଥିଲା । ହାଇଓ୍ୱା ଟ୍ରାକ ସହ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଗାଡିଟି ଛିଟିକି ପଡିଯାଇଥିଲା । ଯାହାଫଳରେ ବାଇକରେ ଥିବା ଗୁରୁତର ହୋଇଥିଲା ।
ସେଠାରୁ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଭବାନୀପାଟଣା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିପରି ଅନ୍ୟ ଗୁରୁତର ଜଣଙ୍କୁ ବୁର୍ଲା ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତକ କିଜିଙ୍ଗ ଗାଁର ଜଗବନ୍ଧୁ ଶବର ଓ ଲକ୍ଷ୍ୟ ଶବର ବୋଲି ଜଣାପଡିଛି । ଉଭୟ ସଂପର୍କରେ ଶଳା-ଭିଣୋଇ ହେବେ ବୋଲି ଜଣାପଡିଛି ।