ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ୧୨ ଚକିଆ, ଆଉ ତାପରେ…

Published By : Prameya-News7 Bureau | November 15, 2020 IST

ଘଟଗାଁ ୧୫।୧୧: କେନ୍ଦୁଝର ଜିଲ୍ଲା ଘଟଗାଁ ଢିଙ୍କିକୋଟ ବଜାରରେ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଘର ଭିତରକୁ ପଶିଗଲା ୧୨ଚକିଆ ଟ୍ରକ । ଦୁର୍ଘଟଣାରେ କୌଣସି ବ୍ୟକ୍ତି ମୃତାହତା ହୋଇନଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

{"id":361888,"sizeSlug":"large"}

ଖବର ଅନୁଯାୟୀ, ଆଜି ଭୋର ୩ଘଟିକା ସମୟରେ OR-08-P-5746 ନମ୍ବରର ଏକ ୧୨ ଚକିଆ ଟ୍ରକଟି ପାରାଦୀପରୁ କେନ୍ଦୁଝର ଯାଉଥିଲା । କିନ୍ତୁ କେନ୍ଦୁଝର ଯିବା ରାସ୍ତାରେ ଢିଙ୍କିକୋଟ ବଜାର ନିକଟରେ ଥିବା ଓଭରବ୍ରିଜ ତଳ ସର୍ଭିସ ରୋଡକୁ ଖସିପଡିଥିଲା । ଏହାପରେ ନିକଟରେ ଥିବା ଜଣଙ୍କ ଘରକୁ ପଶିଯାଇଥିଲା ।  ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି ।

{"id":361889,"sizeSlug":"large"}

କିନ୍ତୁ ସେପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡ୍ରାଇଭର ଜଣଙ୍କ ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ଗାଡିଟି ଭାରସ୍ୟାମ ହରାଇ ଓଭର ବ୍ରିଜ ରାସ୍ତା ତଳକୁ ଖସିପଡିଛି । ଗାଡିଟି ତଳକୁ ଖସିବା ସହିତ ସିଧା ଯାଇ ସର୍ଭିସ୍ ରୋଡ ପାର୍ଶ୍ବରେ ଥିବା ଅରୁଣ କୁମାର ମହାନ୍ତିଙ୍କ ଘରେ ଧକ୍କା ହୋଇଛି । ତେବେ ସେହି ଘରେ ତିନିଜଣ ଶୋଇଥିଲେ ମଧ୍ୟ କାହାର କିଛି ହୋଇନଥିବା ଜଣାପଡିଛି ।  ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ୍ ପହଂଚି ଗାଡିଟିକୁ ଜବତ କରିଛି । ଘର ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.