ଟ୍ରକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ, ଭାରିଯାନ ନିଷେଧ ସତ୍ତ୍ୱେ କିପରି ପ୍ରବେଶ କରୁଛି ଗାଡି ? କ୍ଷତିପୂରଣ ଦାବିରେ ଆନ୍ଦୋଳନ

Published By : Prameya-News7 Bureau | January 21, 2021 IST

ଢେଙ୍କାନାଳ ୨୧।୦୧: ଦୁର୍ଘଟଣା ପରେ ଉତ୍ତେଜନା । ଦୁର୍ଘଟଣାରେ ୮୦ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି । ଢେଙ୍କାନାଳ ସହରର ବାଜିଚୌକ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆନ୍ଦୋଳନ କରୁଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଝା କରୁଛି ।

{"id":395970,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ବାଜିଚୌକ ନିକଟରେ ତାରା ରାଉତ ନାମକ ଜଣେ ବୃଦ୍ଧା ରାସ୍ତା ଅତିକ୍ରମ କରୁଥିଲେ । ହଠାତ୍‌ ଏହି ସମୟରେ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଟ୍ରକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଇଦେଇଥିଲା । ପ୍ରଶାସନ ବାଜିଚୌକ ଠାରୁ ସିମିଳିଆ ଛକ ପର୍ଯ୍ୟନ୍ତ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ନୋ-ଏଣ୍ଟ୍ରି ଘୋଷଣା କରିଥିଲା । କିନ୍ତୁ କଟକଣା ସତ୍ତ୍ୱେ କିପରି ଭାରିଯାନ ଚଳାଚଳା କରୁଛି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟବାସିନ୍ଦା ।

ତେବେ ନୋ-ଏଣ୍ଟ୍ରିରେ ଗାଡି ଚଳାଚଳ ପାଇଁ ଦୁର୍ଘଟଣା ଘଟିଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାରକୁ ପଚାଷ ହଜାର ଟଙ୍କା କ୍ଷତିପୂରଣ ବାବଦରେ ଅଡି ବସିଛନ୍ତି ସ୍ଥାନୀୟ ବାସିନ୍ଦା। ଘଟଣାସ୍ଥଳରେ ସଦର ତହସିଲଦାର ଓ ଟାଉନଥାନା ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ଉତ୍ୟକ୍ତ ଲୋକଙ୍କୁ ମଧ୍ୟ ବୁଝାସୁଝା କରୁଛି ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.