ମଙ୍ଗୁଳି ଓଭର ବ୍ରିଜରେ ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା : ଜଣେ ମୃତ, ଅନ୍ୟ ୨ ଗୁରୁତର

Published By : Prameya-News7 Bureau | September 15, 2021 IST

ଚୌଦ୍ୱାର ୧୫।୦୯: କଟକ ଚୌଦ୍ୱାର ମଙ୍ଗୁଳି ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରି ହାଇୱ ପେଟ୍ରୋଲିଂ କର୍ମଚାରୀ ଓ ଚୌଦ୍ୱାର ଅଗ୍ନିଶମ ବିଭାଗ କର୍ମଚାରୀ ଚିକିତ୍ସା ପାଇଁ ବଡ଼ ମେଡିକାଲ ପଠାଇଥିବା ବେଳେ ମୃତକକୁ ବ୍ୟବଚ୍ଛେଦ ପାଇଁ କଟକ SCB ହସ୍ପିଟାଲକୁ ପଠାଇଛି ।

{"id":511633,"sizeSlug":"full","linkDestination":"none"}

ସୂଚନା ଅନୁଯାୟୀ କୋଲକତାରୁ କଟକ ଅଭିମୁଖେ ଆସୁଥିବା WB-37E-0513 ଆଇଚର ଟ୍ରକଟି ମଙ୍ଗୁଳି ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ଯାଜପୁରରୁ ଭିଲାଇ ରାୟପୁର ଅଭିମୁଖେ ଯାଉଥିବା ଏକ ୧୪ ଚକିଆ ଟ୍ରଲରକୁ ଧକା ଦେବା ଫଳରେ ଘଟଣା ସ୍ଥଳରେ କୋଲକତାରୁ କଟକ ଅଭିମୁଖେ ଆସୁଥିବା ଟ୍ରକଟିର ଡ୍ରାଇଭରର ଶୋଚନୀୟ ମୃତ୍ୟୁ ଘଟିଛି । ହାଇୱ ପେଟ୍ରୋଲିଂ ଡିୟୁଟିରେ ଥିବା ଅଫିସର ରମାକାନ୍ତ ନାୟକ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଁଚି ପ୍ରଥମେ ଆମ୍ବୁଲାନ୍ସ ଓ ପରେ ଚୌଦ୍ୱାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଁଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.