Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଓଭରଟେକ୍‌ ବେଳେ ଟ୍ରକରେ ଲାଗିଗଲା ବାଇକ ହ୍ୟାଣ୍ଡେଲ୍‌, ଚାପି ହୋଇ ମହିଳା ମୃତ

12/01/2021 at 12:26 PM

ଚଣ୍ଡିଖୋଲ ୧୨।୦୧: ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଅହଲ୍ୟା ବେହେରା । ଯାଜପୁର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ନିକଟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜାତୀୟ ରାଜପଥ ୧୬ର ଜାରକା ଛକ ନିକଟରେ ଏକ ବାଇକରେ ସ୍ୱାମୀ-ସ୍ତ୍ରୀ ଭଦ୍ରକ ଅଭିମୁଖେ ଯାଉଥିଲେ । ଭଦ୍ରକରୁ ଭୁବନେଶ୍ୱର ଯାଉଥିଲେ ଦମ୍ପତ୍ତି ।  ଠିକ୍ ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ବାଇକ୍‌କୁ ଓଭରଟେକ୍‌ କରିବା ବେଳେ ବାଇକ୍‌ର ହ୍ୟାଣ୍ଡେଲ୍‌ଟି ଟ୍ରକରେ ଲାଗିଯାଇଥିଲା । ଯାହାଫଳରେ କି ବାଇକ୍‌କୁ ଟାଣି ନେଇଯାଇଥିଲା ଟ୍ରକ । ଦୁର୍ଘଟଣାରେ ବାଇକ୍‌ ଆରୋହୀ ଆହତ ହୋଇଥିବା ବେଳେ ଗାଡିରେ ଥିବା ମହିଳାଜଣଙ୍କ  ଚାପି ହୋଇଯାଇଥିଲେ । ଶେଷରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇଁ ଧର୍ମଶାଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ ହୋଇଛି ।

   Related Posts