ଭାରସାମ୍ୟ ହରାଇ ପୋଲକୁ ଧକ୍କା ଦେଲା ଟ୍ରଲର : ହେଲପର ମୃତ, ଡ୍ରାଇଭର ଗୁରୁତର

Published By : Prameya-News7 Bureau | February 02, 2021 IST

ବେତନଟୀ ୦୨।୦୨: ଭାରସାମ୍ୟ ହରାଇ ପୋଲିସକୁ ଧକ୍କା ଦେଲା  ଟ୍ରଲର । ଟ୍ରକ ତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଗାଡିର ହେଲପର ବୋଲି ଜଣାପଡିଛି ।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ୧୮ ନମ୍ବର ଜାତୀୟ ରାଜପଥ ନହଣ୍ତାଶୋଳ ନିକଟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ପୋଲକୁ ଧକ୍କା ଦେଲା ଟ୍ରଲର । ଯାହାଫଳରେ ଟ୍ରକ ତଳେ ଚାପିହୋଇଥିଲେ ହେଲପର । ତେବେ ପୋଲିସ ହେଲପରଙ୍କୁ ବହୁ କଷ୍ଟରେ ବେତନଟୀ ପୋଲିସ ଗାଡି ତଳୁ ଉଦ୍ଧାର କରିଥିଲା । ହେଲେ ସେତେବେଳକୁ ତାଙ୍କ ମୃତ୍ଯୁ ହୋଇ ସାରିଥିଲା । ସେହିପରେ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଟ୍ରଲରଟି ବିଶାଖାପାଟନମ ଅଭିମୁଖେ ଯାଉଥିବା ସମୟରେ ନହଣ୍ତାଶୋଳ ନିକଟରେ ଦୁର୍ଘଟଣା ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.