ବାଇକ୍କୁ ଧକ୍କା ଦେଲା ଆଉ ଏକ ବାଇକ୍, ଚାଲିଗଲା ଜଣଙ୍କ ଜୀବନ

Published By : Prameya-News7 Bureau | December 29, 2020 IST

ବ୍ରହ୍ମପୁର ୨୯।୧୨ : ସଡ଼କ ଦୁର୍ଘଟଣାର ଶିକ୍ଷକଙ୍କ ମୃତ୍ୟୁ । ମୃତ ଶିକ୍ଷକ ଆଙ୍କୁଶପୁର ଗାଁର ଦଣ୍ଡପାଣି ସାହୁ ବୋଲି ଜଣାପଡିଛି । ତାଙ୍କ ବୟସ ୪୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଦୟାପଲ୍ଲୀ ରାମଚନ୍ଦ୍ରପୁରକୁ ସଂଯୋଗ କରୁଥିବା କେନାଲ ବ୍ରିଜ ଉପରେ ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ଦଣ୍ଡପାଣି କୌଣସି କାମରେ ଯାଉଥିଲେ । କିନ୍ତୁ ରାମଚନ୍ଦ୍ରପୁରକୁ ସଂଯୋଗ କରୁଥିବା କେନାଲର ବ୍ରିଜ୍‌ ଉପରେ ଘଟିଥିଲା ଦୁର୍ଘଟଣା । ବାଇକକୁ ବାଇକ ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍‌ରେ ଥିବା ଅଙ୍କୁଶପୁରର ଗାଁର ଦଣ୍ଡପାଣି ସାହୁ ତଳେ ପଡ଼ିଯାଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୁକୁଡ଼ାଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃ୍ତ୍ୟୁ ଘୋଷମା କରିଥିଲେ । ଏହାପରେ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦଣ୍ଡପାଣି ଆଙ୍କୁଶପୁର ଡିଭିଜନ୍‌ ସିଆର୍‌ସିସି ଭାବେ କାର୍ଯ୍ୟ କରୁଥିଲେ । ମୃତ୍ୟୁ ଖବର ପାଇ କୁକୁଡ଼ାଖଣ୍ଡ ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକର ସସସ୍ତ ସିଆର୍‌ସିସି ଏବଂ ପରିବାର ଲୋକେ ଉପସ୍ଥିତ ଥିଲେ । ମୃତ୍ୟୁର ଖବର ପାଇ ପରିବାର ଲୋକ ଭାଙ୍ଗି ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.