ଟ୍ରକ ଚକା ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରର ଜୀବନ
17/12/2020 at 2:44 PM

ଅନୁଗୁଳ ୧୭।୧୨ : ବଳରାମ କୋଇଲା ଖଣିରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସୋମ୍ୟ ରଞ୍ଜନ ବେହେରା ବୋଲି ଜମାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ତାଳଚେର MCLର ବଳରାମ କୋଇଲା ଖଣି ଜିରୋ ପଏଣ୍ଟ ଠାରେ ଟ୍ରକ ଧକ୍କାରେ ଜଣକର ମୁତ୍ଯୁ ହୋଇଛି । ଟ୍ରକଟି ଖରାପ ଥିଲା। ଡ୍ରାଇଭର ଜଣଙ୍କ ଟ୍ରକ ତଳେ ରହି ମରାମତି କାମ କରୁଥିଲେ। ଡ୍ରାଇଭର ସିଟ୍ରେ ବସିଥିବା ଅନ୍ୟଜଣଙ୍କୁ ଗାଡି ଷ୍ଟାର୍ଟ କରିବାକୁ ସୋମ୍ୟ ରଞ୍ଜନ କହିଥିଲେ। ଷ୍ଟାର୍ଟ କରିବା ବେଳେ ଅଚାନକ ଟ୍ରକଟି ଗଡ଼ି ଯାଇଥିଲା। ସେ ଅନୁଗୋଳ ଜିଲ୍ଲା ଜରପଡା ଥାନା ଉଗୀ ଗାଁର ବୋଲି ଜଣାପଡିଛି । ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021