ଟ୍ରକ ପଛପଟେ ପିଟିଲା କାର୍ : ଜଣେ ମୃତ, ୨ଗୁରୁତର

Published By : Prameya-News7 Bureau | October 18, 2020 IST

ଆନନ୍ଦପୁର ୧୮।୧୦: କେନ୍ଦୁଝର ଦେଇ ଯାଇଥିବା ୨୦ନମ୍ବର ଜାତୀୟ ରାଜପଥ ବିରଗୋବିନ୍ଦପୁର ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, କେନ୍ଦୁଝର ଖଣି ଅଞ୍ଚଳରୁ ଲୁହାପଥର ବୋଝେଇ କରି ଆସୁଥିବା ଏକ ଟ୍ରକ ପଛପଟେ କାର୍‌ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ କାର୍‌ ୩ଜଣଙ୍କ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଳକ ଓ ଅନ୍ୟଜଣେ ଗୁରୁତର ରହିଛନ୍ତି । ଦୁର୍ଘଟଣାରେ ଗୁରୁତର ଥିବା  ବାପା ଓ ପୁଅ କେନ୍ଦୁଝର ସଦର ଥାନା ଗୋର୍ବଧନ ଗାଁର ରବିନ୍ଦ୍ର ନାଥ ସାହୁ ଓ ସତ୍ୟବ୍ରତ ସାହୁ ।

{"id":346436,"sizeSlug":"large"}

ସେହିପରି ମୃତକ ସେହି ଗାଁର ରବିନ୍ଦ୍ର କୁମାର ସାହୁ ବୋଲି ଜଣାପଡିଛି । କାର ଯୋଗେ ରବିନ୍ଦ୍ର ନାଥ ନିଜ ପୁଅ ସତ୍ୟବ୍ରତ  ଓ ରବିନ୍ଦ୍ର କୁମାରଙ୍କ ସହ ଘସିପୁରା ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । କିନ୍ତୁ ବିରଗୋବିନ୍ଦପୁର ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର ଖବର ପାଇ ଘସିପୁରା ପୋଲିସ ପହଞ୍ଚି ତଦନ୍ତ ଛାନ୍‌ଭିନ୍‌ ଆରମ୍ଭ  କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.