Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

କଣ୍ଟେନର ସହ ଧକ୍କା ହୋଇ ଜଳିଗଲା କାର୍‌, ୫ ଜୀବନ୍ତ ଦଗ୍ଧ

22/12/2020 at 9:12 AM

ଆଗ୍ରା ୨୨।୧୨: ଉତ୍ତରପ୍ରଦେଶର ଆଗ୍ରାରେ ମଙ୍ଗଳବାର ଦିନ ଏକ ଅଘଟଣ ଘଟିଯାଇଛି । ଯମୁନା ଏକ୍ସପ୍ରେସ୍‌ରେ ଏକ କଣ୍ଟେନର ସହିତ କାର୍‌ର ଧକ୍କା ପରେ ୫ଜଣ ଜୀବନ୍ତ ପୋଡିଯାଇଛନ୍ତି । କଣ୍ଟେନରଟି ଭୁଲ୍‌ ରାସ୍ତାରେ ଆସୁଥିବାରୁ ଏପରି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।  ମୃତକ ସମସ୍ତେ ଲକ୍ଷ୍ନୌର ବୋଲି ଜଣାପଡ଼ିଛି । ସେମାନେ ଦିଲ୍ଲୀକୁ କୌଣସି କାମରେ ଯାଉଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ପୋଲିସ ମୁତାବିକ , ମଙ୍ଗଳବାର ଦିନ ସକାଳ ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଛି । UP 32 KW 6788  ନମ୍ବରର ଏକ ସ୍ୱିପ୍ଟ ଡିଜାଇର କାର୍‌ଟି ଆଗ୍ରାରୁ ଦିଲ୍ଲୀ ଯାଉଥିଲା । କିନ୍ତୁ ଅଧାରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବିପରୀତ ଦିଗରୁ ଆସୁଥିବା କଣ୍ଟେନରଟି ଆସି କାର୍‌ ସହିତ ଧକ୍କା ହୋଇଥିଲେ । କଣ୍ଟେନରର ଡିଜେଲ୍‌ ଟ୍ୟାଙ୍କଟି ମଧ୍ୟ କାର୍‌ ସହିତ ଧକ୍କା ହୋଇଥିଲା । ଯାହାପରେ କାର୍‌ରେ ତୁରନ୍ତ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, କାର୍‌ରେ ଥିବା ଲୋକମାନେ ବାହାରକୁ ବାହାରି ପାରିନଥିଲେ । କାର୍ ଭିତରେ ଥାଇ ସମସ୍ତ ଚିତ୍କାର କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ କୌଣସି ସହଯୋଗ କରିପାରିନଥିଲେ । ନିଆଁର ପ୍ରକୋପ ଏତେ ଅଧିକ  ଥିଲେ ଯେ, ସେମାନ କାର୍‌ର ନିକଟକୁ ବି ଯାଇପାରିନଥିଲେ ।

ଶେଷରେ ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । କିଛି ସମୟ ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ । କିନ୍ତୁ ସେତେବେଳକୁ କାର୍‌ ଭିତରେ ଥିବା ପାଞ୍ଚ ଜଣ ଲୋକଙ୍କ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ଅଗ୍ନିଶମ ବାହିନୀ କାର୍‌ରୁ କେବଳ ପାଞ୍ଚଜଣଙ୍କ କଙ୍କାଳକୁ ହିଁ ଉଦ୍ଧାର କରିପାରିଲା । କାର୍‌ରେ ମୃତ୍ୟୁ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ମହିଳା ଓ ତିନିଜଣ ପୁରୁଷ ରହିଥିବା ସୂଚନା ରହିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ଜଣାଇଛନ୍ତି ।

   Related Posts