ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ

Published By : Prameya-News7 Bureau | December 26, 2020 IST

ଚାନ୍ଦବାଲି ୨୬।୧୨: ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଏକ ହାଇଓ୍ୱା ଟ୍ରକ ମୋଟର ସାଇକେଲ୍‌କୁ ଜୋରଧାର ଧକ୍କା ଦେଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ମୃତକ ଘଣ୍ଟେଶ୍ୱର ଗୋପିନାଥପୁର ପଞ୍ଚାୟତ କେଶରପୁର ଗାଁର ବୋଲି ଜଣାପଡିଛି । ମୃତକ ଘଣ୍ଟେଶ୍ୱରରୁ ଧାମରା ଯାଉଥିଲେ । ସେ ଧାମରା ଅଞ୍ଚଳରେ ଜଣେ ପିକ୍‌ଅପ୍‌ ଡ୍ରାଇଭର ଭାବେ କାମ କରୁଥିବାର ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.