ଲଗାଣ ବର୍ଷାରେ ଭୁଶୁଡିଲା ରାସ୍ତା, ଅସୁବିଧାରେ ୪ ପଞ୍ଚାୟତବାସୀ

Published By : Prameya-News7 Bureau | September 19, 2021 IST

ଚଣ୍ଡିଖୋଲ, ୧୯/୦୯: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟୀଗଡ଼ିଆ ଠାରେ ବର୍ଷାରେ ରାସ୍ତା ଭୁଶୁଡି ପଡିଛି । ପୂର୍ବରୁ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଜମିରେ ଦୀର୍ଘ ଦିନ ଧରି ପାଣି ଜମି ରହିଥିଲା । ଏହି ବର୍ଷା ଜଳ ରାସ୍ତାରେ ଥିବା କଲଭଟ ମାଧ୍ୟମରେ ଅନ୍ୟ ସ୍ଥାନକୁ ନିଷ୍କାସନ ହେଉଥିଲା ।

ହେଲେ ଆଜି ସକାଳୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ, ୫୩ ନମ୍ବର ଜାତୀୟ ରାଜପଥରୁ କଣ୍ଟୀଗଡ଼ିଆ ଗ୍ରାମକୁ ଯାଇଥିବା ରାସ୍ତାର ଗୋଟିଏ ପାଶ୍ୱ ଭୁଶୁଡି ପଡିଛି । ଏହି ରାସ୍ତା ଦେଇ ୪ଟି ପଂଚାୟତର ଲୋକେ ଯିବା ଆସିବା କରିଥାନ୍ତି । ହେଲେ ରାସ୍ତାର ଗୋଟିଏ ପାର୍ଶ୍ୱ ଧସେଇ ଯିବାରୁ ଗମନା ଗମନରେ ସମସ୍ୟା ଦେଖା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.