ତିନିଦିନ ରାସ୍ତା ଅବରୋଧ ପରେ ଗୁଣୁପୁର ପୁଟାସିଂ ରାସ୍ତାରେ ଯାତାୟତ ସ୍ବାଭାବିକ
27/10/2019 at 9:36 AM

କେନ୍ଦ୍ରାପଡ଼ା ୨୭/୧୦: ତିନିଦିନ ରାସ୍ତା ଅବରୋଧ ପରେ ଆଜିଠାରୁ ଗୁଣପୁର ପୁଟାସିଂ ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇଛି । ଲଗାଣ ବର୍ଷା ହେତୁ ଗୁଣୁପୁର ବ୍ଲକର ରିଜିଂତାଲ ପାହାଡ ଉପରୁ ଏକ ବିରାଟ ପଥର ଖସିଆସି ରାସ୍ତା ଅବରୋଧ ହୋଇଥିଲା ।

ଫଳରେ ଗୁରବାର ଠାରୁ ସେହି ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଏଭଳି ସମସ୍ୟା ଯୋଗୁଁ ପୁଟାସିଂ ଓ ସଗଡା ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରେ ପୁର୍ତ୍ତ ବିଭାଗ ପକ୍ଷରୁ ବିଷ୍ପୋରକ ସାହାଯ୍ୟରେ ବିଷ୍ପୋରଣ କରାଯାଇ ଏକ୍ସାଭେଟର ଦ୍ବାରା ପଥରକୁ ଭାଙ୍ଗି ରାସ୍ତାରୁ ବାହାର କରାଯାଇଛି । ଗତକାଲି ରାତିରେ ଏହିକାମ ସରିବା ପରେ ଆଜି ସକାଳୁ ପୁଟାସିଂ ରାସ୍ତାରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି ।
Related Posts
ବିଦ୍ୟୁତ୍ ଆଘାତରେ ପୁଣି ଗଲା ଦନ୍ତା ହାତୀର ଜୀବନ
22 January 2021