Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୀର୍ଘ ୭୦ବର୍ଷ ଅପେକ୍ଷାର ଅନ୍ତ – ସୁରକ୍ଷା କର୍ମୀଙ୍କ ସହାୟତାରେ ତିଆରି ହେଲା ରାସ୍ତା

ମାଲକାନଗିରି୧୭।୦୧ – ଦୀର୍ଘ ୭୦ବର୍ଷ ଅପେକ୍ଷାର ଅନ୍ତ । ବିଚ୍ଛିନାଞ୍ଚଳକୁ ସ୍ବାଭାବିକ ହେଲା ଯାତାୟତ । ହନ୍ତାଲଗୁଡା ଓ ଟିକରପଡା ଗାଁକୁ ତିଆରି ହେଲା ରାସ୍ତା ।ସୁରକ୍ଷା ବାହିନୀର ସହାୟତାରେ ୫ଟି ପଞ୍ଚାୟତବାସୀଙ୍କ ସ୍ବପ୍ନ ସାକର ହେ।ଇଛି ।

ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ବିଚ୍ଛିନାଞ୍ଚଳକୁ ସ୍ବାଭାବିକ ହେ।ଇଛି ଯାତାୟତ ।ମାଲକାନଗିରି ଜିଲ୍ଲା ଏସ.ପିଙ୍କ ତତ୍ଵାବଧାନରେ ଡି.ଭି.ଏଫ, ଏସ .ଓ.ଜି ଓ ବି.ଏସ.ଏଫଙ୍କ ସହଯେ।ଗରେ ହନ୍ତାଲଗୁଡା ଓ ଟିକରପଡା ଗାଁ ସହ ଯୋଡାମ୍ବୋ ପଞ୍ଚାୟତକୁ ଯେ।ଡା ଯାଇପାରିଛି ।ମାଓବାଦୀଙ୍କ ବିରେ।ଧ ସତ୍ବେ ଦିନରାତି ଏକ କରି ରାସ୍ତା ତିଆରି କରିଛନ୍ତି ସୁରକ୍ଷା କର୍ମୀ । ଗତ ୧୪ ତାରିଖ ରାତିରେ ରାସ୍ତା କାମ ସଂପୂର୍ଣ୍ଣ ହେ।ଇଛି । ଏହି ରାସ୍ତା ହେବା ଦ୍ବାରା ଉପକୃତ ହେବେ ୫ଟି ପଞ୍ଚାୟତର ୫୦ହଜାରରୁ ଅଧିକ ଲେ।କ ।

ପୂର୍ବରୁ ରାସ୍ତା ନଥିବାରୁ ବହୁ ଅସୁବିଧା ଭେ।ଗୁଥିଲେ ଅଞ୍ଚଳବାସୀ । ପଞ୍ଚାୟତକୁ ଆସିବାକୁ ହେଲେ ପାହାଡିଆ ରାସ୍ତା ନଚେତ ଦେଶୀ ଡଙ୍ଗା ଥିଲା ଭରସା । ବର୍ଷା ଦିନେ ଟଙ୍କିକିଆ ଚାଉଳ ହେଉ କି ଭତ୍ତା ପାଇଁ ଜୀବନକୁ ବାଜି ଲଗାଇ ନାଳ ପାରି ହେଉଥିଲେ ଲେ।କ । ଗାଡି ମଟର ଅଞ୍ଚଳବାସୀଙ୍କ ପାଇଁ ସ୍ବପ୍ନ ଥିଲା । କିନ୍ତୁ ଏହି ରାସ୍ତା ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୁରଣ କରିଛି ।ରାସ୍ତା ହେବା ପରେ ଅଞ୍ଚଳବାସୀଙ୍କ ଖୁସି କହିଲେ ନସରେ ।

   Related Posts