କ୍ଷତି ପୂରଣ ଦାବିରେ ରାସ୍ତା ରୋକ...

Published By : Prameya-News7 Bureau | August 05, 2020 IST

ଭଦ୍ରକ୫/୮: କ୍ଷତି ପୂରଣ ଦାବିରେ ରାସ୍ତା ରୋକ। ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ରୋଡ ଫାଣ୍ଡି ପୋଡପୋଡା ନିକଟରେ ଏକ ମୋବାଇଲ ଟାୱାର ଉପରେ ଚଢି କାମ କରୁଥିବା ବେଳେ ଶ୍ରମିକ ଖସି ପଡି ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ଜଣେ ଶ୍ରମିକ ଖସି ପଡି ତାର ହାତ ଭାଙ୍ଗି ଥିଲା । ମୃତ ଶ୍ରମିକଙ୍କ ନାମ ପ୍ରଦୀପ ସେଠୀ ବୋଲି ସୂଚନା ମିଳିଛି । କାର୍ଯ୍ୟ କରାଉଥିବା ଠିକାଦାର ଏମାନଙ୍କ କଥା ନବୁଝି ସେମାନଙ୍କୁ ମେଡିକାଲରେ ପକାଇ ଦେଇ ଆସିଥିଲା ବୋଲି ଅଭିଯୋଗ ହୋଇଛି ।

ଠିକାଦାର ଏବଂ ମୃତ ପ୍ରଦୀପ ସେଠି ବନ୍ତ ବ୍ଲକ ଉଭୟ ଛୟାଳସିଂ ଗାଁର । ପ୍ରଦୀପର ଘରର ଲୋକମାନେ ଠିକାଦାରଙ୍କୁ ପ୍ରଦୀପଙ୍କ ସଂପର୍କରେ ପଚାରିଥିଲେ ମଧ୍ୟ କୌଣସି ସଠିକ ଖବର ଦେଇନଥିଲେ । ତେବେ ଆଜି ପ୍ରଦୀପଙ୍କ ଘରର ଲୋକେ ମୃତ ଦେହ ଆଣିଥିଲେ । ଭଦ୍ରକ-ବନ୍ତ ରାସ୍ତାର ଠିକାଦାରଙ୍କ ଘର ପାଖ ଛୟାଳସିଂ ରାସ୍ତାରେ ମୃତ ଦେହ ରଖି ଟାୟାର ଜାଳି କ୍ଷତି ପୂରଣ ଦାବି କରିଥିଲେ । ଦୀର୍ଘ ସମୟ ହେଵ ଉଭୟ ପଟୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.