Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଟ୍ରକ ଧକ୍କାରେ ଜଣେ ମୃତ,ଜଣେ ଗୁୁରୁତର ; କ୍ଷତିପୂରଣ ଦାବିରେ ରାସ୍ତାରୋକ

3/02/2020 at 12:44 PM

କଣ୍ଟାବାଞ୍ଝି ୦୩।୦୨:  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା – ଖଡ଼ିଆଲ ରାଜ୍ୟ ରାଜପଥ ମୋହରା ଛକ ନିକଟରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ କଲେଜ ଛାତ୍ର ମୃତ ସହ ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି ।  ଗୁରୁତର ବାଇକ ଆରୋହୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ କଲେଜ ଛାତ୍ରଙ୍କ ମୃତ୍ୟୁ କୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛନ୍ତି । ଶତାଧିକ କଲେଜ ଛାତ୍ର ରାସ୍ତାରୋକ କରିଛନ୍ତି । ଯାତାୟତ ଠପ୍‌ ରହିଛି ।

ସୂଚନାଯୋଗ୍ୟ ଯେ, ଭାଲୁମୁଣ୍ଡା କଲେଜକୁ ସାଇକଲ ଯୋଗେ ଆସୁଥିବା ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ର ଛାତ୍ର ବଳରାମ ମାଝୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେବେ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ମଧ୍ୟ ଗୁରୁତର ଅବସ୍ଥାରେ ଖଡ଼ିଆଳ ଡାକ୍ତରଖାନାରେ  ଚିକିତ୍ସିତ ହେଉଛନ୍ତି । ଗୁରୁତର ଜଣକ ଧୁବଳେଶ୍ୱର କଟା ବୋଲି ଜଣାପଡିଛି ।

ତେବେ କେଲଜ ଛାତ୍ରଙ୍କ ମୃତ୍ୟୁ ଖବର ଆସିଲା ପରେ ଘଟଣା ସ୍ଥଳ ରେ ଉତ୍ତେଜନା ଦେଖାଯାଇଛି । ଭାଲୁମୁଣ୍ଡା କଲେଜ ର ଶତାଧିକ ଛାତ୍ରଛାତ୍ରୀ ମୃତକ ପରିବାରକୁ କ୍ଷତି ପୂରଣ ଦାବି ସହ କଲେଜ ଯିବା ଆସିବା ସମୟରେ ରେ ଭାରିଯାନ ଯିବା ଆସିବା ବନ୍ଦ କରିବାକୁ ଦାବି କରିଛନ୍ତି । ଆନ୍ଦୋଳନ ସ୍ଥଳକୁ ଖଡ଼ିଆଳ ପୋଲିସ , ବଙ୍ଗୋମୁଣ୍ଡା ପୋଲିସ ଓ ଦମକଳ ଗାଡି ପହଂଚିଛି । ବଙ୍ଗୋମୁଣ୍ଡା ତହସିଲଦାର ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ କଲେଜ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରୁଛନ୍ତି ।

   Related Posts