Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଧାନ କିଣାରେ କଟନି ଛଟନିକୁ ବିରୋଧ: ଆଠମଲ୍ଲିକ-ବୌଦ୍ଧ ରାସ୍ତାରେ ବସିଲେ ଚାଷୀ

23/01/2020 at 3:22 PM

ଅନୁଗୋଳ ୨୩/୧: ଧାନ କିଣାରେ କଟନି ଛଟନିକୁ ବିରୋଧ କରି ରାସ୍ତାରୋକ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ-ବୌଦ୍ଧ ରାସ୍ତା ଅବରୋଧ କରିଥିଲେ ଶହ ଶହ ଚାଷୀ । ଟୋକନ ପାଇବାରେ ବିଳମ୍ବ ଯୋଗୁ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ଯାହାର ଫାଇଦା ମିଲର ମାନେ ଉଠାଉଛନ୍ତି । ଦଲାଲ ମାଧ୍ୟମରେ ଅତି କମ ଦରରେ ଚାଷୀଙ୍କୁ ଧାନ ବିକ୍ରି କରିବାକୁ ପଡୁଛି ।

FAQ ଧାନ ନାଁରେ ମିଲର ମାନେ ୮ ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟି ରଖୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଏସବୁ ଜାଣି ମଧ୍ୟ ସମବାୟ ସମିତି ମାନେ ଚୁପ ରହୁଛନ୍ତି । ଯାହାକୁ ନେଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଠମଲ୍ଲିକ ପ୍ରଶାସନ ତରଫରୁ କଟନି ଛଟନି ବନ୍ଦ କରାଯିବ । ଚାଷୀଙ୍କୁ ଶୀଘ୍ର ଟୋକନ ଦିଆଯିବ । ଚାଷୀଙ୍କ ବସ୍ତା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ରୋକ ହଟିଛି । ରାସ୍ତାରୋକ ହଟିବା ପରେ ବୌଦ୍ଧ ଆଠମଲ୍ଲିକ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିବା ଗାଡି ଚଳାଚଳ ଆରମ୍ଭ ହୋଇଛି । ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

   Related Posts