ଆନନ୍ଦପୁରରେ ସବରେଜିଷ୍ଟ୍ରି ଅଫିସକୁ ସ୍ଥାନାନ୍ତର ଦାବିରେ ପୁଣି ଜାତୀୟ ରାଜପଥ ଅବରୋଧ

Published By : Prameya-News7 Bureau | May 26, 2019 IST

କେନ୍ଦୁଝର ୨୬/୫: ୨୦ନମ୍ବର ଜାତୀୟ ରାଜପଥ ବରପଦା ଛକଠାରେ ପୁଣି ଥରେ ରାସ୍ତା ରୋକ ହୋଇଛି। ଘଷିପୁରା ଠାରେ ଏକ ଭଡ଼ା ଘରେ ଦୀର୍ଘ ବର୍ଷ ଧରି ଚାଲିଥିବା ସାଇଁକୁଳ ସବରେଜିଷ୍ଟ୍ରି ଅଫିସକୁ ସ୍ଥାନାନ୍ତର ଦାବିରେ ରାସ୍ତା ରୋକ କରିଛି ସାଇଁକୁଳ ଆଞ୍ଚଳିକ ଉନ୍ନୟନ ପରିଷଦ। ସମାନ ଦାବି ନେଇ ଗତ୧୫ ତାରିଖ ଦିନ ଠିକ୍ ଏହିଭଳି ରାସ୍ତାରୋକ ହୋଇଥିବାବେଳେ ପ୍ରଶାସନ ଓ ଆନ୍ଦୋଳନକାରି ମଧ୍ୟରେ ଆଲୋଚନା ହୋଇ ତିନି ଦିନ ମଧ୍ୟରେ ଜିଲାପାଳଙ୍କ ଜରିଆରେ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

{"id":116112,"width":596,"height":328}

ହେଲେ ପ୍ରତିଶ୍ରୁତି ରଖିନଥିଲା ପ୍ରଶାସନ । ଫଳରେ ଆଜି ପୁଣିଥରେ ରାସ୍ତାରୋକ ହୋଇଥିଲା। ପ୍ରାୟ ଏକ ଘଣ୍ଟାର ରାସ୍ତାରୋକ ପରେ ପୋଲିସ ଜୋର ଜବରଦସ୍ତ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟେଇଛି। ସ୍ଥାନୀୟ ବରପଦା ଫାଣ୍ଡି ଠାରେ ପୋଲିସ ,ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି।

{"id":116113,"width":596,"height":328}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.