ଗୁଳିକାଣ୍ଡ ପ୍ରତିବାଦରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ

Published By : Prameya-News7 Bureau | July 14, 2019 IST

କେନ୍ଦ୍ରାପଡା ୧୪|୭: କେନ୍ଦ୍ରାପଡା ଦଣ୍ଡାମୁଣ୍ଡ ଛକରେ ଶନିବାର ରାତିରେ ହୋଇଥିବା ଗୁଳିକାଣ୍ଡ ପ୍ରତିବାଦରେ ତିନିମୁହାଣିଠାରେ ରାସ୍ତା ଅବରୋଧ କରାଯାଇଛି | ସ୍ଥାନୀୟ ବଜାର କମିଟି ଏବଂ କିଛି ସଂଗଠନ ମିଳିତ ଭାବେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି | ରାସ୍ତା ଅବରୋଧ ଫଳରେ ଯାତାୟତ ପ୍ରଭାବିତ ହୋଇଛି | ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି |

ଗତକାଲି ସନ୍ଧ୍ୟାରେ ବ୍ୟବସାୟୀ ବିବେକାନନ୍ଦ ମହାରଣା ସ୍ଥାନୀୟ ଦଣ୍ଡାମୁଣ୍ଡ ଛକରେ ଠିଆ ହୋଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ | ବିବେକାନନ୍ଦଙ୍କର ପେଟ ଓ ଛାତିରେ ଗୁଳି ବାଜିଛି| ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି| ତେବେ ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.