କଟକର ଭାଣପୁରରେ ସଡକ ଦୁର୍ଘଟଣାରେ ସ୍କୁଲ ଛାତ୍ର ଆହତକୁ ନେଇ ଉତ୍ତେଜନା

Published By : Prameya-News7 Bureau | October 30, 2018 IST

କଟକ ୩୦/୧୦: କଟକର ଭାଣପୁରରେ ସଡକ ଦୁର୍ଘଟଣାରେ ସ୍କୁଲ ଛାତ୍ର ଆହତକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। କଟକ ସଦରଥାନା ଭାଣପୁର ନିକଟରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଗାଡି ଧକ୍କାରେ ଜଣେ ସ୍କୁଲ ଛାତ୍ର ଆହତ ହୋଇଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଆହତ ଛାତ୍ର ଆଶିଷ କୁମାର ସାହୁଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କଟକ-ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳ, ସଦର ଥାନା ଅଧିକାରଙ୍କ ସହ ପୋଲିସ ଫୋର୍ସ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧରୁ ହଟିଥିଲେ ଉତ୍ତ୍ୟକ୍ତ ଲୋକେ । ଏହି ଅଞ୍ଚଳରେ ଥିବା ଅଣ୍ଡରପାସ ରାସ୍ତାକୁ ଏନଏଚଆଇ କର୍ତ୍ତୃପକ୍ଷ ବନ୍ଦ ରଖିଥିବାରୁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।ରାସ୍ତା ଅବରୋଧ ସମୟରେ କିଛି ସମୟ ପାଇଁ ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.