ଦେଢ ବର୍ଷର ଶିଶୁକୁ ଦୁଷ୍କର୍ମ ଘଟଣା ; ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ଅବରୋଧ

Published By : Prameya-News7 Bureau | December 14, 2018 IST

କନ୍ଧମାଳ ୧୪|୧୨: କନ୍ଧମାଳ ଜିଲ୍ଲାରେ ଦେଢ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଏବେ ବି ପୋଲିସର ହାତ ଖାଲି । ଅଭିଯୁକ୍ତକୁ ଗିରଫ ଦାବି କରିଛି କନ୍ଧମାଳ ବିଜେପି । ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳତା, ଅଭିଯୁକ୍ତକୁ ଗିରଫ ଓ କ୍ଷତି ପୂରଣ ଦାବି କରି କନ୍ଧମାଳ ବିଜେପି ପକ୍ଷରୁ ବାଲିଗୁଡା ଥାନା ବାରଖମାରେ ରାସ୍ତାରୋକ କରାଯାଇଛି । ବାଲିଗୁଡା-ସୋନପୁର ରାସ୍ତା ଅବରୋଧପରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ସୂଚନା ଅନୁସାରେ ସୋମବାର ଅପରାହ୍ନରେ ଶିଶୁକନ୍ୟା ଘର ବାରଣ୍ଡାରେ ଖେଳୁଥିବା ବେଳେ ଶିଟୁରସାହିର ସମ୍ପର୍କୀୟ ଦାଦା ଚିଣ୍ଟୁ ଦଳବେହେରା ଓରଫ ଡୁଡ୍ରା ଚକୋଲେଟ ଦେବାର ବାହାନାକରି ନେଇ ଯାଇଥିଲା । ଦୁଷ୍କର୍ମ ପରେ ଫାଣ୍ଡିଠାରୁ ମାତ୍ର ପଚାଶ ମିଟର ଦୂରରେ ଶିଶୁଟିକୁ ଛାଡି ପଳାଇଥିଲା । ଏନେଇ ପରିବାରଲୋକେ ବାଲିଗୁଡା ଥାନାରେ ଏତଲା ଦେଇଥିଲେ । ଶିଶୁକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥାରେ ସୁଧାର ନଆସିବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଶିଶୁଟିର ଅବସ୍ଥାରେ ସୁଧାର ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.