ଗୁହାରୀ ପରେ ଗୁହାରୀ, ହେଲେ ଶୁଣିଲେନି କେହି ; ଶେଷରେ ଗରା-ବାଲଟି ଧରି ରାସ୍ତାରେ ଗ୍ରାମବାସୀ

Published By : Prameya-News7 Bureau | April 19, 2021 IST

ଉଦଳା ୧୯।୦୪: ବାରମ୍ବାର ଦାବି ପରେ ମଧ୍ୟ ପାନୀୟ ଜଳର ସୁବିଧା ନ ହେବାରୁ ଶେଷରେ ତାତିଲେ ଗ୍ରାମବାସୀ । ଗରା ବାଲଟି ଧରି ରାସ୍ତା ଅବରୋଧ କରିଛି ଗ୍ରାମବାସୀ । ଅଟକି ରହିଛି ଅନେକ । ମୟୁରଭଞ୍ଜ ଜିଲ୍ଲା ଶରତର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

{"id":440580,"sizeSlug":"large","linkDestination":"none"}

ଖବର ଅନୁଯାୟୀ,  କପ୍ତିପଦା ବ୍ଲକ ଅଧିନ ଅଶ୍ବକୁଟୀ ଗ୍ରାମରେ ଦୀର୍ଘ ବର୍ଷ ହେବ ପାନୀୟ ଜଳର ସମସ୍ୟା ରହି ଆସିଛି । ପାନୀୟ ଜଳର ସୁବିଧା ନିମନ୍ତେ କୌଣସି ନଳକୂପ ନଥିବା ବେଳେ ଗ୍ରାମବାସୀମାନେ ଚୁଆ ଉପରେ ନିର୍ଭର କରିଥାନ୍ତି । ଗାଁର ନଳକୂପ ଖନନ ନିମନ୍ତେ ବାରମ୍ବାର ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟ ସମସ୍ତଙ୍କ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କେହି ସମସ୍ୟା ବାବଦରେ କର୍ଣ୍ଣପାତ କରିନାହାନ୍ତି । ଯାହାକୁ ନେଇ ତାତିଛନ୍ତି ଗ୍ରାମବାସୀ ।

{"id":440581,"sizeSlug":"large","linkDestination":"none"}

ଶେଷରେ  ଆଜି ଗ୍ରାମବାସୀମାନେ ହାତରେ ଗରା ବାଲଟି ଧରି କପ୍ତିପଦା-ଶରତ- ଠାକୁରମୁୁଣ୍ଡା ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି । ରାସ୍ତା ଅବରୋଧ ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଦୁଇ ପାର୍ଶ୍ବରେ  ଅନେକ ଯାନବାହନ ଅଟକି ରହିଛି । ସେପଟେ ଖବର ପାଇ ଶରତ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.