Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଓ କ୍ଷତିପୂରଣ ଦାବୀରେ ରାସ୍ତାରାେକ

14/12/2019 at 10:29 AM

ବାଲିଗୁଡା ୧୪।୧୨: ବାଲିଗୁଡା ସୂଚନା ଅଧିକାର କର୍ମୀ ତଥା ବାଟାଗୁଡା ସରପଞ୍ଚ ଅଭିମନ୍ୟୁ ପଣ୍ଡା ଙ୍କୁ ଗୁଳିକରି ହତ୍ୟା ଘଟଣା ।  ସୂଚନା ଅଧିକାରୀ କର୍ମାଙ୍କୁ ଗୁଳି କରି ହତ୍ୟା ଘଟଣା ଚାରି ଦିନ ପରେ ମଧ୍ୟ ପୋଲିସ୍ ର ହାତଖାଲି ରହିଛି । ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଓ କ୍ଷତିପୂରଣ ଦାବୀରେ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟଲୋକ । ଜାତୀୟ ରାଜପଥ ଅବରୋଧ ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ପାତ୍ରସାହି ସ୍ଥିତ ନିଜ ଘର ସମ୍ମୁଖରେ ଛିଡା ହୋଇଥିବା ସମୟରେ ଦୁଇଜଣ  ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ , ପରେ ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାର ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ ।

   Related Posts