Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଶୁଣିଲାନି ପ୍ରଶାସନ, ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ରାସ୍ତାରୋକ

7/10/2021 at 2:39 PM

ସାଲେପୁର ୦୭।୧୦: ବିଭିନ୍ନ ସମସ୍ୟା ନେଇ ରାସ୍ତାରେ ଚାଷୀ । ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସ୍ଥାୟୀ ସମସ୍ୟା ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ଓ ଗ୍ରାମାବାସୀ । କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ଖବର ଅନୁଯାୟୀ, ପଞ୍ଚାୟତ ବାସୀଙ୍କ ପାଇଁ ଦୁଃଖ ପାଲଟିଛି ଗୋବରୀ ନଦୀ । ଏହି ନଦୀରେ ବେଆଇନ୍‌ ଘେରି ବନ୍ଧ ସାଙ୍ଗକୁ ନଦୀ ଖନନ ଓ ସଫେଇ କାର୍ଯ୍ୟ ଦୀର୍ଘ ବର୍ଷ ହୋଇନାହିଁ । ଯାହାଫଳରେ ଜଳ ପ୍ରବାହରେ ବାଧା ଉପୁଜୁଛି । ଏନେଇ ପ୍ରଶାସନ ଓ ରାଜନେତାମାନଙ୍କ ବାରମ୍ବାର କରି ଆସୁଥିଲେ ମଧ୍ୟ କେହି ସ୍ଥାୟୀ ସମସ୍ୟା ପାଇଁ ପଦକ୍ଷେପ ଗ୍ରହଣ କରିନାହିନ୍ତି । ପ୍ରତ୍ୟେକ ବର୍ଷ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଧନଜୀବନ ଓ ଚାଷ ଜମି ପ୍ରଭାବିତ ହେଉଛି ।ଯାହାର ଅଭିଯୋଗ ନେଇ ରାଇସୁଙ୍ଗୁଡ଼ା, ପିକୋଳ, ମିର୍ଜାପୁର, ସିଢୋ ଓ ଛାଣିପୁର ପଞ୍ଚାୟତ ଶତାଧିକ ଚାଷୀ ଓ ଗ୍ରାମବାସୀମାନେ ସାଲେପୁର ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

   Related Posts