Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କାର୍‌ ଧକ୍କାରେ ଚାଲିଗଲା ଶିଶୁର ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

31/10/2021 at 9:22 AM

ରାୟଗଡା ୩୧।୧୦: କାର୍‌ ଧକ୍କାରେ ଶିଶୁ ମୃତ । କ୍ଷତିପୂରଣ ଦାବିରେ ଶତାଧିକ ଲୋକଙ୍କ ରାସ୍ତାରୋକ । ଯାହାଫଳରେ ଓଡିଶା-ଆନ୍ଧ୍ର ପ୍ରଦେଶ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରୁଛି । ରାୟଗଡ଼ା ସହର ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଜାତୀୟ ରାଜପଥରେ ଏକ କାର୍ ଧକ୍କାରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ହେଲେ ସୁଧାଂଶୁ ସାମଲ। ନିଜ ଭଉଣୀ ସହ ରାସ୍ତା ପିର ହେବା ସମୟରେ ଏକ କାର୍ ଧକ୍କା ଦେଇଥିଲା। ଯାହାଫଳରେ ଶିଶୁଟି ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ କେନ୍ଦ୍ର କରି ଉତେଜନା ପ୍ରକାଶ ପାଇଛି।

ଶେଷରେ ରାୟଗଡା ଥାନା ଘେରାଉ କରିଛନ୍ତି ଲୋକେ। ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ଥାନା ଘେରାଉ ହୋଇଛି। ଥାନା ସମ୍ମୁଖରେ ଶତାଧିକ ଲୋକଙ୍କ  ସମେତ ମୃତ ଶିଶୁଙ୍କ ପରିବାର ବସିରହିଛନ୍ତି। ଯାହା ଦ୍ବାରା ଓଡିଶା-ଆନ୍ଧ୍ରପ୍ରଦେଶ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତଥାପି କୌଣସି ସୁଫଳ ମିଳିନାହିଁ।

   Related Posts