Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଆସିକା ଥାନା ଆଇଆଇସିଙ୍କ ବଦଳି ପ୍ରତିବାଦରେ ରାସ୍ତା ରୋକ

9/02/2019 at 10:39 AM

ବ୍ରହ୍ମପୁର୯|୨: ଗଂଜାମ ଜିଲ୍ଲା ଆସିକା ଥାନା ଆଇଆଇସିଙ୍କ ବଦଳି ପ୍ରତିବାଦରେ ଆଜି ଆସିକାଠାରେ ରାସ୍ତା ରୋକ ହୋଇଛି । ଅପରାଧ ଦୃଷ୍ଟିରୁ ଆସିକା ସବୁବେଳେ ଅଶାନ୍ତ ସହର ଭାବେ ପରିଗଣିତ । ତେବେ  ଥାନା ଅଧିକାରୀ ଭାବେ ସନ୍ତୋଷ କୁମାର ଜେନା ଯୋଗ ଦେବା ପରେ ପରିସ୍ଥିତି ନିୟନ୍ତ୍ରଣରେ ଥିଲା ବୋଲି ଲୋକେ କହିଛନ୍ତି ।  

ସେ ଯୋଗ ଦେବା ପରେ ପରେ ସହରରେ ଅପରାଧ ନିୟନ୍ତ୍ରଣ ସାଗଂକୁ ୬ ରୁ ଅଧିକ ଅପରାଧିଙ୍କୁ ଏନକାଉଣ୍ଟର କରିଥିଲେ । ବହୁ ବେଆଇନ ମାଉଜର ଜବତ ହୋଇଥିଲା ।  ବହୁ ପୁରାତନ ହତ୍ୟା କାଣ୍ଡର ଖୁଲାସା କରିପାରିଛନ୍ତି  । ଏମିତି କି ତିତଲି ବନ୍ୟା ପରିସ୍ଥିତିକୁ ମୁକାବିଲା ସହ ସମସ୍ତ ବର୍ଗର ଲୋକଙ୍କ ଭିତରେ ଆଦୃତ ହୋଇ ପାରିଛନ୍ତି  ।

ଫଳରେ ତାଙ୍କ ବଦଳିକୁ ସହରବାସୀ ବାତିଲ ପାଇଁ ଦାବି କରିଛନ୍ତି  । ଏମିତି କି ଆସିକା ସହରରେ ମୁଖ୍ୟ ସଡକ ଉପରେ ଟାୟର ଜାଳି ରାସ୍ତା ଅବରୋଧ କରିଛନ୍ତି  । ଯାହା ଫଳରେ ଆସିକା ଭଂଜନଗର ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି  ।

   Related Posts