ଜମିହରାଙ୍କ ଧାରଣା, ଦାବି ପୂରଣ ନହେଲେ ହେବ ରାସ୍ତାରୋକ
26/12/2020 at 12:17 PM

ପାଟଣା ୨୬।୧୨ : ଜମିହରାଙ୍କ ଧାରଣା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ସ୍ଥିତ ମୋଣ୍ଟେକାର୍ଲ କମ୍ପାନୀର ସମ୍ମୁଖରେ ଜମିହରା ଲୋକଙ୍କ ଧାରଣା । ଜମିହାର ଲୋକେ ପ୍ରାପ୍ୟ ପାଇନଥିବା ଅଭିଯୋଗରେ ଧାରଣାରେ ବସିଛନ୍ତି ।
ଖବର ଅନୁଯାୟୀ, ୪୯ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଖିରେଇଟାଙ୍ଗିରୀ ଅନେକ ଲୋକେ ଜମି ହରାଇଛନ୍ତି । କିଛି ଜମିହରା ଟଙ୍କା ପାଇ ଥିବା ବେଳେ ଏ ପର୍ଯ୍ୟନ୍ତ ୪୫ରୁ ଅଧିକ ଲୋକ ଜମି ହରାଇ ପ୍ରାପ୍ୟ ଟଙ୍କା ପାଇପାରିନାହାନ୍ତି । ଯାହାଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲୋକେ ସମ୍ପ୍ରସାରଣର ଦାଯିତ୍ୱରେ ଥିବା ଠିକା ସଂସ୍ଥା ମୋଣ୍ଟେକାର୍ଲର ଅସ୍ଥାୟୀ କ୍ୟାମ୍ପ ସମ୍ମୁଖରେ ଧାରଣାରେ ବସିଛନ୍ତି । ସମସ୍ୟାର ସମାଧାନ ନହେଲେ, ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ଜମିହରା। ଏଥିପ୍ରତି ବିଭାଗୀୟ ଅଧିକାରୀ ଖୁବଶୀଘ୍ର ଦୃଷ୍ଟି ଦେଇ ଜମି ହରାଇଥିବା ଲୋକଙ୍କୁ ପ୍ରାପ୍ୟ ଟଙ୍କା ଦେବାକୁ ଦାବି ହୋଇଛି।