ଆବାସ ପାଇଁ ରାସ୍ତାରୋକ, ଅଟକି ରହିଛି ଶତାଧିକ ଗାଡ଼ି

Published By : Prameya-News7 Bureau | December 06, 2021 IST

ନୂଆପଡା ୦୫।୧୨: ଆବାସ ପାଇଁ ରାସ୍ତାରୋକ୍ । ଜିଲ୍ଲାପାଳ ଅଫିସ୍ ସାମନାରେ ଧାରଣାରେ ବସିଲେ ବୃଦ୍ଧ,ବୃଦ୍ଧା । ଅଟକି ରହିଛି ଶତାଧିକ ଯାନ ବାହନ । ଘଟଣା ସ୍ଥଳରେ ତହସିଲଦାର, ବିଡିଓ ଏବଂ ପୋଲିସ ପହଞ୍ଚି କରୁଛନ୍ତି ବୁଝାସୁଝା ।

{"id":555137,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ୨୦୧୯ ମସିହାରେ ସଦର ବ୍ଲକ ସାହିପଲା ଗ୍ରାମର ଭୟାରାମ ସୁନାନି ପାଇଥିଲେ ଆବାସ ଘର । ଘର କାର୍ଯ୍ୟାଦେଶ ପାଇବା ପରେ ଜମି ହିନ ହୋଇ ଥିବାରୁ ଅଧିକାରୀଙ୍କ ନିର୍ଦ୍ଦେଶରେ ସରକାରୀ ଜମିରେ ଆରମ୍ଭ କରିଥିଲେ ଘର । ପ୍ରଥମ କିସ୍ତି ୨୦ ହଜାର ଟଙ୍କା ପାଇଥିବା ବେଳେ ୨ୟ କିସ୍ତି ୩୫ ହଜାର ପାଇଁ ଦୁଇବର୍ଷ ହେଲା ବ୍ଲକ ଅଫିସ୍ ଧାଉଁଛନ୍ତି। ଘର କରୁଥିବା ଜମି ବର୍ତ୍ତମାନ ଅନ୍ୟ ଜଣଙ୍କ ନାମରେ ବନ୍ଦୋବସ୍ତ ହୋଇ ଯାଇଥିବା ବେଳେ ଏବେ ଉପୁଜିଛି ସମସ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.