କ୍ଷତିପୂରଣ ଦାବିରେ ରାସ୍ତାରୋକ, ଯାତାୟତ ବାଧାପ୍ରାପ୍ତ !

Published By : Prameya-News7 Bureau | November 19, 2020 IST

ମୋହନା ୧୯।୧୧: କ୍ଷତିପୂରଣ ଦାବିରେ ରାସ୍ତାରୋକ । ଗଜପତି ଜିଲ୍ଲା ମୋହନା ଥାନା କପୁରିପଟା ଗାଁ ନିକଟ ଓ ମେଡିକାଲରେ ଆଗରେ ଧାରଣା । ରାସ୍ତାରେ ଧାରଣା ଲାଗି ଯାତାୟତରେ ସାମାନ୍ୟ ବାଧାପ୍ରାପ୍ତ ହୋଇଛି ।  

ଖବର ଅନୁଯାୟୀ , ଗତକାଲି ସନ୍ଧ୍ୟାରେ କପୁରିପଟା ଗାଁ ନିକଟରେ ଇନୋଭା ଗାଡି ସହ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀ ଶକ୍ତି ଜେନାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଇସାକ ବିଶୋଇ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଇସାକକୁ ବ୍ରହ୍ମପୁର ମେଡିକାଲ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।  ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ରୁ କ୍ଷତିପୂରଣ ଦାବିରେ କପୁରିପଟା ଓ ମୋହନରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.