Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଦୁର୍ଘଟଣାରେ ମୃତ୍ୟୁ, କ୍ଷତିପୂରଣ ଦାବିରେ ୧୨ଘଣ୍ଟାରୁ ଅଧିକ ସମୟ ରାସ୍ତାରୋକ : ଯାତାୟତ ଠପ୍

13/09/2020 at 9:13 AM

କଳାହାଣ୍ଡି ୧୩।୦୯: ଶବ ରଖି ୧୨ଘଣ୍ଟାରୁ ଅଧିକ ସମୟ ହେଲା ରାସ୍ତାରୋକ । କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ । ଯାହାଫଳରେ ଲାଞ୍ଜିଗଡ଼-ବିଶ୍ୱନାଥପୁର ମୁଖ୍ୟ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ । ମୃତକ ନଙ୍ଗଲବେଡ଼ା ରିମାନ୍ତ ହରିଜନ ବୋଲି ଜଣାପଡିଛି ।

ରିମାନ୍ତ ବୁଧବାର ଦିନ ଏକ ବାଇକ ଧକ୍କା ଦେବା ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ତେବେ ଦୁର୍ଘଟଣା ଘଟଣାଇଥିବା ମୋହନ ମାଝି ଫେରାରୁ ଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି । ଲାଞ୍ଜିଗଡ଼-ବିଶ୍ୱନାଥପୁର ରାସ୍ତାରେ ଶବରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଯାହାଫଳରେ କି ଉଭୟ ପଟୁ ଯିବାଆସିବା ଠପ୍‌ ରହିଛି । ଦୀର୍ଘ ୧୨ଘଣ୍ଟାରୁ ଅଧିକ ସମୟ ହେଲା ରାସ୍ତା ଅବରୋଧ ରହିଛି ।

   Related Posts