ରାଜରାସ୍ତାରେ ଚାଷୀ : ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତାରୋକ, ଯାତାୟତ ଠପ୍

Published By : Prameya-News7 Bureau | January 28, 2021 IST

ଗୋଲାମୁଣ୍ଡା ୨୮।୦୧:   ରାଜରାସ୍ତାରେ ଚାଷୀ l ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଚାଷୀଙ୍କ ପକ୍ଷରୁ ରାସ୍ତା ରୋକ କରାଯାଇଛି । କଳାହାଣ୍ଡି ଜିଲ୍ଲା  ଗୋଲାମୁଣ୍ଡା ବ୍ଲକ୍ ତୁମୁରା ମଣ୍ଡିର  ଚାଷୀଙ୍କ ପକ୍ଷରୁ  ଧର୍ମଗଡ଼-ଗୋଲାମୁଣ୍ଡା-ସିନାପାଲି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । ରାସ୍ତାରେ ଧାନବସ୍ତା ରଖି ଅବରୋଧ କରିଛନ୍ତି ଚାଷୀ ।

ତୁମୁରା ମଣ୍ଡିରେ ଆଠ ଗୋଟି ପଞ୍ଚାୟତର ଚାଷୀ ନିର୍ଭର କରନ୍ତି l ଚଳିତ ଖରିଫ ଋତୁରେ ସରକାର ଗତ ନଭେମ୍ବର ମାସରୁ ଧାନ କ୍ରୟ ଆରମ୍ଭ କରି ଥିବା ବେଳେ ବର୍ତମାନ ସୁଦ୍ଧା ଲକ୍ଷ ଧାର୍ଯ୍ୟ ଠାରୁ ୨୦ ପ୍ରତିଶତ ଅଧିକ ଧାନ କ୍ରୟ କରିଥିଛନ୍ତି । କିନ୍ତୁ ଆଜି ବି ଅନେକ ମଣ୍ଡିରେ ଚାଷୀଙ୍କ ପରିଶ୍ରମ ଉପାର୍ଜିତ ଅମଳ ଧାନ ବିକ୍ରି ହୋଇ ନପାରି ମଣ୍ଡିରେ ପଡି ରହିଛି । ଯାହାଫଳରେ ଶୀତ କାକରରେ ପଡିରହିଛନ୍ତି  ଚାଷୀ ।

ସମବାୟ ସମିତି କର୍ମଚାରିଙ୍କ ଦ୍ୱାରା ହଇରାଣର ଶିକାର ହୋଇ ବାଧ୍ୟ ହୋଇ ଆଜି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ଚାଷୀ l  ଆନ୍ଦୋଳନ ଲାଗି ରାସ୍ତାରେ ଯାତାୟାତ ଠପ୍ ହୋଇ ପଡ଼ିଛି l ଘଟଣା ସ୍ଥଳରେ ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲ, ରାଜସ୍ବ ନୀରକ୍ଷକଙ୍କ ସୁଧାଂଶୁ ପଣ୍ଡା ,ଗୋଳାମୁଣ୍ଡା ଥାନାଧିକାରୀ ଯୁଗଳ ଶବର ଓ ପୋଲିସ କର୍ମଚାରୀ ପହଞ୍ଚି ଚାଷୀଙ୍କୁ ବୁଝାସୁଝା ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.