Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ପାନୀୟ ଜଳ ଓ ରାସ୍ତା ମରାମତି ନେଇ ରାସ୍ତାକୁ ଓହ୍ଲାଇଲେ ବସ୍ତି ବାସିନ୍ଦା

3/02/2020 at 11:26 AM

ଢେଙ୍କାନାଳ ୦୩।୦୨:  ପାନୀୟ ଜଳ ଓ ରାସ୍ତା ମରାମତି ଦାବିରେ ରାସ୍ତାକୁ ଓହ୍ଲାଇଲେ ବସ୍ତି ବାସିନ୍ଦା । ଢେଙ୍କାନାଳ ଭାପୁର ମୁଖ୍ୟ ରାସ୍ତାକୁ ବନମାଳୀ ପ୍ରସାଦ ଠାରେ ବସ୍ତି ବାସିନ୍ଦାଙ୍କ ପକ୍ଷରୁ   ରାସ୍ତା ଅବରୋଧ କରାଯାଇଛି । ରାସ୍ତା ଅବରୋଧ ଲାଗି ରାସ୍ତାର ଉଭୟ ପଟୁ ଯାତାୟାତ ବାଧାପ୍ରାପ୍ତା ହୋଇଛି ।  

ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ  ପିଇବା ପାଇଁ ପାଣି ଯୋଗାଇ ଦିଆଯାଉନାହିଁ। ଏପଟେ ରାସ୍ତା ମଧ୍ୟ ମରାମତି କରାଯାଉନାହିଁ। ଏହାକୁ ପ୍ରତିବାଦ କରି ସୋମବାର ଦିନ ଢେଙ୍କାନାଳ ସହର ବନମାଳୀ ପ୍ରସାଦର ବାଉତିଖୋଲ ବସ୍ତି ବାସିନ୍ଦା ମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ବସ୍ତି ବାସିନ୍ଦା ମାନେ ହାତରେ ହାଣ୍ଡି  ଧରି ବନମାଳୀ ପ୍ରସାଦ ଠାରେ ଢେଙ୍କାନାଳ-ଭାପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ସଧାରଣ ଯାତାୟତ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଥିଲା । ଯାହାକୁ ନେଇ ଉତ୍ତ୍ୱେଜନା ପ୍ରକାଶ ପାଇଥିଲା ।

ବନମାଳୀ ପ୍ରସାଦ ର ବାଉତିଖୋଲ ସାହି ଦେଇ ଅନ୍ୟ ଆଡେ ପାଇପ ବିଛାଇ ଜଳ ଯୋଗାଣ ଚାଲିଛି । ବସ୍ତିବାସୀଙ୍କ ପାଇଁ ପାଇପ ପାଣି ଯୋଗାଇ ଦିଆଯାଉନାହିଁ। ଏପରିକି ଏହି ବସ୍ତିର ରାସ୍ତା କୁ ମଧ୍ୟ ମରାମତି କରାଯାଉନାହିଁ। ଏହାର ପ୍ରତିବାଦରେ ବହୁଜନ କ୍ରାନ୍ତିମୋର୍ଚ୍ଚା ନେତୃତ୍ୱରେ ରାସ୍ତା ରୋକ ଆନ୍ଦୋଳନ କରିଥିଲେ । ଘଟଣାସ୍ଥଳରେ ଟାଉନ ଥାନା  ପୋଲିସ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା ପରେ ଏହି ଆନ୍ଦୋଳନ ହଟିଥିବା ଜଣାପଡିଛି ।

   Related Posts