ଚାଷୀଙ୍କୁ ପୁଣି କଚାଡି ଦେଲା ହାତୀ ; କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ, ଯାତାୟତ ଠପ୍

Published By : Prameya-News7 Bureau | January 31, 2021 IST

ଢେଙ୍କାନାଳ ୩୧।୦୧:  ଢେଙ୍କାନାଳରେ ଥମୁନି ହାତୀ ଉପଦ୍ରଵ । ଏପରିକି ହାତୀ ଆକ୍ରମଣରେ  ଜଣଙ୍କ ପରେ ଜଣେ ଚାଷୀଙ୍କୁ ଜୀବନ ଯାଉଛି । ରବିବାର ଦିନ ଭୋର ସମୟରେ ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗାଁରେ ଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରିଛି । ଯାହାଫଳରେ ସେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଗୁରୁତର ଯୁବକଙ୍କ ନାମ ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି ।

{"id":401401,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଆଜି କୌଣସି କାମରେ ସ୍କୁଲ ପଛ ପଟକୁ ଯାଇଥିଲେ ପ୍ରଶାନ୍ତ । ହଠାତ୍‌ ଏହି ସମୟରେ ଦନ୍ତା ଆକ୍ରମଣ କରିଥିଲା ଏବଂ ପ୍ରଶାନ୍ତଙ୍କୁ ମଧ୍ୟ କଚାଡି ଦେଇଥିଲା । ଯାହାଫଳରେ କି ପ୍ରଶାନ୍ତ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ  ପ୍ରଶାନ୍ତଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ  କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

{"id":401402,"sizeSlug":"large","linkDestination":"none"}

ସେହିପରି ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ତାତିଛନ୍ତି ସ୍ଥାନୀୟବାସିନ୍ଦା । ବନବିଭାଗ ପକ୍ଷରୁ ଦନ୍ତାକୁ ଜବତ କରିବା ଓ ଗୁରୁତର ଚାଷୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା  ପାଇଁ ଦାବି କରିଛନ୍ତି ।  ଏପରିକି ଚାଷୀଙ୍କ ଗ୍ରାମବାସୀମାନେ ଗୋବିନ୍ଦପୁର ଛକରେ ଏନ ଏଚ-୫୫କୁ ଅବରୋଧ କରିଛନ୍ତି । 

{"id":401403,"sizeSlug":"large","linkDestination":"none"}

ଯାହାଫଳରେ ୫୫ନମ୍ବର ଜାତୀୟ ରାଜପଥରେ ସାଧାରଣ ଯାତାୟାତ ସମ୍ପର୍ଣ୍ଣ ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପଟେ ଗାଡି ଯାମ୍‌ ହୋଇଛି । ଏପରିକି କଟକ ଓ ଅନୁଗୁଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ସ୍ଥାନୀୟ ଗୋବିନ୍ଦପୁର ଫାଣ୍ଡି ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଜାରିରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.